ତୁମପରି ଛୋଟ ପିଲାଟିଏ (ପଦ୍ୟ)

. କୋଠରି ଭିତରୁ ଶବ୍ଦ ଆଣି ଖାଲି ସ୍ଥାନ ପୂରଣ କରିବା
ଛାଡ଼ି ଯାଇଥିଲା ଦିନେ ଝଡ଼ି
ବାହାରିଲା ସିଏ ପାଠ ପଢ଼ି,
ବାଟେ ଯାଉଯାଉ ଖସିଗଲା ଗୋଡ଼
ମୁହଁମାଡ଼ି ତଳେ ଗଲା ପଡ଼ି

. ସରସର, ତରବରଏପରି ଆଉ କେତୋଟି ଶବ୍ଦ ଲେଖ
ଉତ୍ତର: ଥରଥର, ଜରଜର, ଖରଖର, ଗରଗର, ଧରଧର

. ଆସୁଆସୁ, ଯାଉଯାଉ ପରି ଆଉ କେତୋଟି ଶବ୍ଦ ଲେଖ
ଉତ୍ତର: ଖାଉଖାଉ, ନାଚୁନାଚୁ, ଗାଉଗାଉ, ହସୁହସୁ, ପଢୁପଢୁ

. ତଳ ପ୍ରଶ୍ନଗୁଡ଼ିକର ଉତ୍ତର ବାକ୍ସରୁ ଖୋଜି ବାହାର କରିବା ସେଗୁଡ଼ିକୁ ପୂରା ବାକ୍ୟରେ ଲେଖିବା

() ଚାଟ କାହାକୁ କହନ୍ତି ?
ଉତ୍ତର: ପାଠ ପଢୁଥିବା ପିଲାକୁ ଚାଟ କହନ୍ତି

() ପିଲାଟି ବାଟରେ କାହିଁକି ପଡ଼ିଗଲା ?
ଉତ୍ତର: ଗୋଡ଼ ଖସିଯିବାରୁ ପିଲାଟି ବାଟରେ ପଡ଼ିଗଲା

() ଦଶହରା ଛୁଟିରେ ପିଲାଟି କି କାମ କଲା ?
ଉତ୍ତର: ଦଶହରା ଛୁଟିରେ ପିଲାଟି ଗାଁ ବାଟ ସମତୁଲ କଲା

() ଆଗ କାଳରେ ବିଦ୍ୟାଳୟକୁ କୁହାଯାଉଥିଲା ?
ଉତ୍ତର: ଆଗ କାଳରେ ବିଦ୍ୟାଳୟକୁ ଚାହାଳି କୁହାଯାଉଥିଲା

() କବିତାରେ କେଉଁ ପିଲାଟି ବିଷୟରେ କୁହାଯାଇଛି ?
ଉତ୍ତର: କବିତାରେ ମଧୁବାବୁଙ୍କ ବିଷୟରେ କୁହାଯାଇଛି

() କଲେ କାଳକାଳକୁ ଯଶ ରହେ ?
ଉତ୍ତର: ଭଲକାମ କଲେ କାଳକାଳକୁ ଯଶ ରହେ

() ମଧୁବାବୁଙ୍କର ଦେଶପାଇଁ ମୁଖ୍ୟ କାମ ଥିଲା ?
ଉତ୍ତର: ମଧୁବାବୁଙ୍କର ଦେଶପାଇଁ ମୁଖ୍ୟ କାମ ଥିଲା ସ୍ଵତନ୍ତ୍ର ଓଡ଼ିଶା ଗଠନ

() ମଧୁବାବୁଙ୍କ ପୂରା ନାମ ?
ଉତ୍ତର: ମଧୁବାବୁଙ୍କ ପୂରା ନାମ ହେଲା ମଧୁସୂଦନ ଦାସ

. ମଧୁବାବୁଙ୍କୁ କେଉଁ ଉପାଧି ମିଳିଥିଲା ?
ଉତ୍ତର: ଉତ୍କଳଗୌରବ

. ଦଶହରା ଛୁଟିରେ ସାଥୀ ପିଲାଙ୍କ ସହ ମିଶି ତୁମ ଗ୍ରାମରେ ତୁମେ ଯେଉଁ ସବୁ କାମ କରିବ ବା କରିଛ ଲେଖ
ଉତ୍ତର: ଦଶହରା ଛୁଟିରେ ଆମେ ସାଙ୍ଗମାନଙ୍କ ସହ ମିଶି ଗାଁ ରାସ୍ତା ସଫା କଲୁ ମନ୍ଦିର ଚାରିପାଖରେ ଥିବା ଘାସ ସଫା କଲୁ ଗାଁରେ ବୃକ୍ଷରୋପଣ କଲୁ ଏବଂ ପିଇବା ପାଣି ନଳକୂପ ପାଖ ସଫା କଲୁ

. ମଧୁବାବୁଙ୍କ ପରି ଦେଶ ପାଇଁ କାମ କରିଥିବା ଆଉ କେତେ ଜଣଙ୍କ ନାମ ଲେଖ
ଉତ୍ତର: ଗୋପବନ୍ଧୁ ଦାସ, ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ