ଟିକି ଫୁଲଟିର ବାସ (ପଦ୍ୟ)
୧. ଆସ କବିତାରୁ ଉତ୍ତର ଖୋଜିବା ଓ କଥାବାର୍ତ୍ତା ହେବା।
(କ) ଫୁଲ ସହିତ କେଉଁମାନଙ୍କର ଦେଖା ହେଲା ?
ଉତ୍ତର: ଫୁଲ ସହିତ ପବନ, ଭଅଁର ଓ ମହୁମାଛିଙ୍କର ଦେଖା ହେଲା।
(ଖ) ଭଅଁର ଓ ମହୁମାଛିଙ୍କୁ କିଏ ମନକଥା କହିଲା ?
ଉତ୍ତର: ଟିକି ଫୁଲଟିଏ ଭଅଁର ଓ ମହୁମାଛିଙ୍କୁ ନିଜ ମନକଥା କହିଲା।
(ଗ) ଭଗବାନ କେଉଁ କାମଟିକୁ ଭଲ ପାଆନ୍ତି ?
ଉତ୍ତର: ଆମେ ଯଦି ତାଙ୍କ (ଭଗବାନଙ୍କ) ମନ ଜାଣି କର୍ମ କରିବା, ତେବେ ଭଗବାନ ସେହି କାମକୁ ଭଲ ପାଆନ୍ତି ଏବଂ କରୁଣା ଢାଳି ଦିଅନ୍ତି।
(ଘ) ଭକତି ଅନ୍ତରେ କିଏ ପରମେଶ୍ୱରଙ୍କୁ ଡାକୁଥିଲା ?
ଉତ୍ତର: ଟିକି ଫୁଲଟି ଭକତି ଅନ୍ତରେ ପରମେଶ୍ୱରଙ୍କୁ ଡାକୁଥିଲା।
(ଙ) ଫୁଲ କ’ଣ ବିତରିବା ପାଇଁ ଚାହୁଁଅଛି ?
ଉତ୍ତର: ଫୁଲ ନିଜର ବାସନା (ସୁଗନ୍ଧ) ବିତରିବା ପାଇଁ ଚାହୁଁଅଛି।
୨. ଆସ ପଦ୍ୟ ରୂପକୁ ଗଦ୍ୟରେ ପ୍ରକାଶ କରି ଖାଲି କୋଠରିରେ ଲେଖିବା।
·
ଯତନ – ଯତ୍ନ
·
କରମ – କର୍ମ
·
ଭକତି – ଭକ୍ତି
·
ଧରମ – ଧର୍ମ
·
ପରାଣ – ପ୍ରାଣ
·
କରତା – କର୍ତ୍ତା
୩. ବିପରୀତ ଅର୍ଥବୋଧକ ଶବ୍ଦ ମିଳାଇ ଲେଖିବା।
·
ମିଳନ – ବିଚ୍ଛେଦ
·
ଆଦର – ଅନାଦର
·
ଭିତର – ବାହାର
·
ସାନ – ବଡ଼
·
ସରଳ – ଜଟିଳ
·
ଦିନ – ରାତି
·
ଯତନ – ଅଯତନ
୫. ‘କଳି’ ଶବ୍ଦ ପରି ଅନ୍ୟ ଶବ୍ଦ ଯାହାର ଦ୍ବିତୀୟ ଅକ୍ଷର ‘ଳି’ ହୋଇଥିବ:
ଉତ୍ତର: ବଳି, ଫଳି, ଚଳି, ମିଳି, ଜଳି।
୬. ଯେଉଁ ପଦରେ ବାସନା ବିତରିବା କଥା କୁହାଯାଇଛି, ସେହି ପଦଟିକୁ ଲେଖ।
ଉତ୍ତର:
ସେହି ବାସନାକୁ
ବିତରିବା ପାଇଁ
ଦିଅ ମୋ ମନରେ ବଳ,
ତୋଷି ଜନ ମନ ହୋଇବି ମୁଁ ଧନ୍ୟ
ଜୀଇଁଥିବି ଯେତେ କାଳ।
୭. ପ୍ରଶ୍ନଗୁଡ଼ିକୁ ଭଲ ଭାବରେ ପଢ଼ି ଉତ୍ତରଗୁଡ଼ିକ ପୂର୍ଣ୍ଣ ବାକ୍ୟରେ ଲେଖିବା।
(କ) ଟିକି ଫୁଲଟି କାହାକୁ ନିଜ ମନର କଥା କହୁଥିଲା ?
ଉତ୍ତର: ଟିକି ଫୁଲଟି ପବନ, ଭଅଁର ଓ ମହୁମାଛିଙ୍କୁ ନିଜ ମନର କଥା କହୁଥିଲା।
(ଖ) ଫୁଲଟି ଜୀଇଁଥିବା ଯାଏ କ’ଣ କରିବାକୁ ଚାହେଁ ?
ଉତ୍ତର: ଫୁଲଟି ଜୀଇଁଥିବା ଯାଏ ନିଜର ବାସନା ବିତରଣ କରି ଲୋକଙ୍କ ମନକୁ ଖୁସି କରିବାକୁ (ତୋଷିବାକୁ) ଚାହେଁ।
(ଗ) ‘ ‘ କେତେ ଆଦରରେ ଆଣିଲେ ଏଠାକୁ ମୋତେ ’ ’ – ଏହା କିଏ କହିଛି ଓ କାହାକୁ କହିଛି ?
ଉତ୍ତର: ଏହା ଟିକି ଫୁଲଟି କହିଛି। ସେ ପବନ, ଭଅଁର ଓ ମହୁମାଛିଙ୍କ ଆଗରେ ଜଗତର କର୍ତ୍ତା ବା ଭଗବାନଙ୍କ ଉଦ୍ଦେଶ୍ୟରେ ଏକଥା କହିଛି।
୮. ତୁମେ ଯଦି ଫୁଲଟିଏ ହୋଇଥାଆନ୍ତ, ତେବେ ତୁମେ କ’ଣ କରିବାକୁ ଇଚ୍ଛା କରିଥାଆନ୍ତ ପାଞ୍ଚଟି ଧାଡ଼ିରେ ଲେଖ।
ଉତ୍ତର:
ମୁଁ ଯଦି ଫୁଲଟିଏ ହୋଇଥାନ୍ତି, ତେବେ ମୋର ସୁଗନ୍ଧରେ ଚାରିଆଡ଼ ମହକାଇ ଦିଅନ୍ତି। ମହୁମାଛି ଓ ପ୍ରଜାପତିଙ୍କୁ ମୋ ପାଖକୁ ଡାକନ୍ତି। ଭଗବାନଙ୍କ ପାଦତଳେ ନିଜକୁ ଅର୍ପଣ କରନ୍ତି। ଦୁଃଖୀ ମଣିଷର ମନରେ ଖୁସି ଭରି ଦିଅନ୍ତି। ବଗିଚାର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚେଷ୍ଟା କରନ୍ତି।