. ଆସ ଠିକ୍ ଉତ୍ତରଟି ବାଛିବା ଏବଂ ତା ପାଖରେ (√) ଚିହ୍ନ ଦେବା

() ରାଜା ନରସିଂହ ଦେବ କାହାର ପୂଜା ପାଇଁ ମନ୍ଦିରଟିଏ ତୋଳାଇବାକୁ ଚାହିଁଲେ ?
ଉତ୍ତର: () ସୂର୍ଯ୍ୟଙ୍କ ପୂଜା ପାଇଁ

() ମନ୍ଦିରଟି କେଉଁଠି ତୋଳା ହେଲା ?
ଉତ୍ତର: () ଚନ୍ଦ୍ରଭାଗା ମୁହାଣରେ

() ମନ୍ଦିରଟିର ଆକାର କିପରି ?
ଉତ୍ତର: () ରଥ ପରି

() କାହା ପାଇଁ ଧରମା ଜୀବନ ଦେଲା ?
ଉତ୍ତର: () ଜାତିଭାଇଙ୍କ ପାଇଁ

() ‘ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ’, କିଏ କହିଥିଲେ କଥା ?
ଉତ୍ତର: () ବାରଶହ ବଢ଼େଇ

. ‘‘ସାନ ସିନା ଦାନ ତାମହାନ’’

() କଥା କିଏ କହନ୍ତି ?
ଉତ୍ତର: ଏବେବି ସମସ୍ତେ କଥା କହନ୍ତି

() କାହାକୁ ସାନ ବୋଲି କୁହାଯାଇଛି ?
ଉତ୍ତର: ୧୨ ବର୍ଷର ଧରମାକୁ ସାନ ବୋଲି କୁହାଯାଇଛି

() ସାନ ପିଲାଟିର ମହାନ୍ ଦାନଟି ?
ଉତ୍ତର: ସାନ ପିଲା ଧରମା ଜାତି ପାଇଁ ବାରଶହ ବଢ଼େଇଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲା ଏହା ହିଁ ଥିଲା ତା ମହାନ ଦାନ

. ତଳେ କହିଥିବା କଥାକୁ କିଏ କହିଛନ୍ତି ? କାହିଁକି କହିଛନ୍ତି ?

() “ ମୁଁ ସାତ ଦିନ ସମୟ ଦେଉଛି
ଉତ୍ତର: ରାଜା ନରସିଂହ ଦେବ ବିଶୁ ମହାରଣାଙ୍କୁ କଥା କହିଛନ୍ତି କାରଣ ମନ୍ଦିରର ମୁଣ୍ଡି ମରା କାମ ସରୁ ନଥିବାରୁ ରାଜା ଅଧୀର ହୋଇଯାଇଥିଲେ

() “ତୁ ଆଜି ଆମର ମାନ ରଖିଦେଲୁ
ଉତ୍ତର: ବିଶୁ ମହାରଣା ଧରମାକୁ କଥା କହିଛନ୍ତି କାରଣ ଧରମା ମନ୍ଦିରର ଦଧିନଉତି ବସାଇ ମନ୍ଦିର କାମ ଶେଷ କରିଦେଇଥିଲା

() “ ମହତ କାର୍ଯ୍ୟରେ ଜୀବନ ଦେବା କେତେଜଣଙ୍କ ଭାଗ୍ୟରେ ଘଟେ ? ”
ଉତ୍ତର: ଧରମା ତାବାପା ବିଶୁ ମହାରଣାଙ୍କୁ କଥା କହିଛି କାରଣ ସେ ବାରଶହ ବଢ଼େଇଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ହେଉଥିଲା

() “ ସେ ନିଶ୍ଚୟ ଆମ୍ଭମାନଙ୍କର ମୁଣ୍ଡ କାଟପାଇଁ ଆଦେଶ ଦେବେ
ଉତ୍ତର: ଅନ୍ୟ କାରିଗରମାନେ ବିଶୁ ମହାରଣାଙ୍କୁ କଥା କହିଛନ୍ତି କାରଣ ସେମାନେ ଭାବିଲେ ଯେ ରାଜା ଜାଣିଲେ ଯେ ବାରଶହ ବଢ଼େଇ ଯାହା କରିପାରିଲେ ନାହିଁ ତାହା ଗୋଟିଏ ସାନ ପିଲା କରିଦେଲା, ତେବେ ରାଜା ସେମାନଙ୍କୁ ଦଣ୍ଡ ଦେବେ

. ଚିତ୍ରଟିକୁ ଦେଖି ତଳ ଶବ୍ଦଗୁଡ଼ିକୁ ବ୍ୟବହାର କରି ମନ୍ଦିର ବିଷୟରେ ପାଞ୍ଚ ଧାଡ଼ି ଲେଖ
(
ମୁଖଶାଳା, ମୁହାଣ, ମୁଣ୍ଡି, ଝଲମଲ, ପ୍ରତିମା)
ଉତ୍ତର:
. ଚନ୍ଦ୍ରଭାଗା ମୁହାଣରେ ସୂର୍ଯ୍ୟ ମନ୍ଦିର ତୋଳା ହେଲା
. ମନ୍ଦିରର ସିଂହାସନରେ ସୂର୍ଯ୍ୟଙ୍କର ପ୍ରତିମା ରହିଲା
. ମନ୍ଦିରରେ ନାଟ ମନ୍ଦିର ମୁଖଶାଳା ତିଆରି ହେଲା
. ନାନା ମୂର୍ତ୍ତିରେ ମନ୍ଦିରଟି ଝଲମଲ କରୁଥିଲା
. ଧରମା ମନ୍ଦିରର ମୁଣ୍ଡି ମାରି କାମ ଶେଷ କଲା

. ମୂଷାଟି କାହାକୁ କେଉଁ ବେଲୁନ୍ଟି ଦେଲେ, ସେ ଗୋଟିଏ ଲେଖାଏଁ ଉପଯୁକ୍ତ ଯୋଡ଼ା ଶବ୍ଦ ପାଇବ ?

·       ନଦୀନାଳ

·       ଫଳଫୁଲ (ଫୁଲଫଳ)

·       ଜନ୍ତୁଜୀବ (ଜୀବଜନ୍ତୁ)

·       ଗାଈଗୋରୁ (ଗାଈଗୋରୁ)

·       ଘୋଡ଼ାହାତୀ (ହାତୀଘୋଡ଼ା)

·       ବୁଦ୍ଧିବିଦ୍ୟା (ବିଦ୍ୟାବୁଦ୍ଧି)

. ଯେଉଁ ଶବ୍ଦ ତଳେ ଗାର ଅଛି ତାକୁ ଲଗାଇ ନୂଆ ବାକ୍ୟଟିଏ କହ ଲେଖ

() ସେତେବେଳେ ସିମେଣ୍ଟ ଥାଏ
ଉତ୍ତର: ତୁମେ ପାଠ ପଢୁନ, ଖେଳିବ ?

() ତଥାପି ମନ୍ଦିରଟି ସଂପୂର୍ଣ୍ଣ ହେଉ ଥାଏ
ଉତ୍ତର: ଖୁବ୍ ଜୋର୍ରେ ବର୍ଷା ହେଉଛି, ତଥାପି ମୁଁ ସ୍କୁଲ ଯିବି

() ତାକୁ ମଧ୍ୟ କାରିଗରୀ ବିଦ୍ୟା ଜଣାଥିଲା
ଉତ୍ତର: ରାମ ସହିତ ହରି ମଧ୍ୟ ବଜାରକୁ ଗଲା

. ମନ୍ଦିରର ନାମ ଯିଏ ତୋଳାଇଥିଲେ:

·       କୋଣାର୍କ ମନ୍ଦିରନରସିଂହ ଦେବ

·       ଜଗନ୍ନାଥ ମନ୍ଦିରଚୋଡ଼ଗଙ୍ଗ ଦେବ (ବା ଅନଙ୍ଗଭୀମ ଦେବ)

·       ଲିଙ୍ଗରାଜ ମନ୍ଦିରଯଯାତି କେଶରୀ

. ତୁମକୁ ଏଇ ଗପରେ କାହା କଥା ଭଲ ଲାଗୁଛି କାହିଁକି ଭଲ ଲାଗୁଛି ଲେଖ
ଉତ୍ତର: ମୋତେ ଏଇ ଗପରେ ଧରମା କଥା ଭଲ ଲାଗୁଛି କାରଣ ସେ ବୟସରେ ସାନ ହେଲେ ମଧ୍ୟ ଅସାଧ୍ୟ କାମ କରି ଦେଖାଇଲା ଏବଂ ଜାତି ଭାଇଙ୍କ ପାଇଁ ନିଜ ଜୀବନ ଦାନ କଲା

୧୦. ତୁମେ ଦେଶପାଇଁ କରିବାକୁ ଚାହୁଁଛ ଲେଖ
ଉତ୍ତର: ମୁଁ ଭଲ ପାଠ ପଢ଼ି ଜଣେ ଭଲ ମଣିଷ ହେବି ଦେଶର ସେବା କରିବି ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିବି ପରିବେଶକୁ ସଫା ସୁତୁରା ରଖିବି

୧୧. ‘ ‘ ମାଆଙ୍କ ସହିତ ଆଉ ଦେଖା ହୋଇପାରିବ ନାହିଁ ତାଙ୍କୁ ବୁଝାଇ କହିବ ତାଙ୍କ ପୁଅ ଜାତି ପାଇଁ ଜୀବନ ଦେଇଛି’’ କଥା କିଏ କହିଛି ?
ଉତ୍ତର: କଥା ଧରମା ତା ବାପା ବିଶୁ ମହାରଣାଙ୍କୁ କହିଛି

ଜାତିପାଇଁ ପ୍ରାଣ ଦେଇଥିବା ଆଉ କେତେ ଜଣ ପିଲାଙ୍କ ନାମ ଲେଖ
ଉତ୍ତର: ବାଜି ରାଉତ, ଖୁଦିରାମ ବୋଷ, ଭଗତ ସିଂହ

1.