ସାହାଯ୍ୟର ସୁଫଳ

. ଆସ ଥାବାର୍ତ୍ତା ହେବା

() ବିଦ୍ୟାସାଗର କେଉଁ ସହର ଦେଇ ଯାଉଥିଲେ ?
ଉତ୍ତର: ବିଦ୍ୟାସାଗର ବର୍ଦ୍ଧମାନ ସହର ଦେଇ ଯାଉଥିଲେ

() ବାଳକଟି ବିଦ୍ୟାସାଗରଙ୍କୁ ହାତ ଯୋଡ଼ି କହିଲା ?
ଉତ୍ତର: ବାଳକଟି ହାତ ଯୋଡ଼ି କହିଲା – "ବାବୁ, ମୋତେ ପଇସାଟିଏ ଦିଅନ୍ତୁ ବଡ଼ ଧର୍ମ ହେବ ଆପଣଙ୍କର ମୁଁ ଆଉ ମାଦୁହେଁ ଭୋକରେ ଅଛୁ"

() ବାଳକକୁ ବିଦ୍ୟାସାଗର ପଚାରିଲେ ?
ଉତ୍ତର: ବିଦ୍ୟାସାଗର ପଚାରିଲେ, "ଯଦି ମୁଁ ତୋତେ ଚାରି ପଇସା ଦେବି, ତେବେ ତୁ କରିବୁ ?" ଏବଂ ପରେ ପଚାରିଲେ, "ଯଦି ପ୍ରକୃତରେ ତୋତେ ଚାରିଅଣା ଦେଇ ଦେବି, ତେବେ ତୁ କରିବୁ ?"

() ବିଦ୍ୟାସାଗର ପିଲାଟିକୁ କେତେ ଟଙ୍କା ଦେଲେ ?
ଉତ୍ତର: ବିଦ୍ୟାସାଗର ପିଲାଟିକୁ ଗୋଟିଏ ଟଙ୍କା ଦେଲେ

() ପିଲାଟି ଟଙ୍କାଟିଏ ନେଇ କଲା ?
ଉତ୍ତର: ପିଲାଟି ଟଙ୍କାଟିଏ ନେଇ ଫଳ କିଣି ବୁଲିବୁଲି ବିକ୍ରି କଲା ଏବଂ ଲାଭ ଜମା କରି ଶେଷରେ ଗୋଟିଏ ଦୋକାନ ଖୋଲିଲା

. ‘ସ୍ତମ୍ଭର ଶବ୍ଦ ସହସ୍ତମ୍ଭର ସଂପର୍କିତ ଶବ୍ଦକୁ ଯୋଡ଼ିବା

·       ଚିରାକନା

·       ମରୁଡ଼ିଅକାଳ

·       କରୁଣଚାହାଣି

·       ରୋଗିଣାବାଳକ

. ଉତ୍ସାହରୁ ଯେପରିଉତ୍ସାହିତଲେଖାଯାଇଛି, ସେହିପରି ଅନ୍ୟ ଶବ୍ଦଗୁଡ଼ିକର ରୂପ:

·       କଥାକଥିତ

·       ଉଦୟଉଦିତ

·       ନିନ୍ଦାନିନ୍ଦିତ

. ଆସ ସାଙ୍ଗମାନଙ୍କ ମେଳରେ ଆଲୋଚନା କରିବା ଉତ୍ତର ଲେଖିବା

() କେଉଁ ରାଜ୍ୟରେ ମରୁଡ଼ି ପଡ଼ିଥିଲା ?
ଉତ୍ତର: ବଙ୍ଗଳାରେ ମରୁଡ଼ି ପଡ଼ିଥିଲା

() ମରୁଡ଼ି ବେଳେ ଲୋକେ କିପରି ଥାଆନ୍ତି ?
ଉତ୍ତର: ମରୁଡ଼ି ବେଳେ ଲୋକେ ଭୋକରେ ଆଉଟୁପାଉଟୁ ହୋଇ ଏଣେତେଣେ ଭିକ ମାଗୁଥାଆନ୍ତି

() ଈଶ୍ୱର ଚନ୍ଦ୍ର କେଉଁଆଡ଼େ ଯାଉଥିଲେ ?
ଉତ୍ତର: ଈଶ୍ୱର ଚନ୍ଦ୍ର ବର୍ଦ୍ଧମାନ ସହରର ଏକ ବଜାର ଆଡ଼କୁ ଯାଉଥିଲେ

() ରାସ୍ତାରେ ସେ କାହାକୁ ଦେଖିଲେ ?
ଉତ୍ତର: ରାସ୍ତାରେ ସେ ଗୋଟିଏ ଗରିବ ବାଳକକୁ ଦେଖିଲେ

() ପିଲାଟିର ଅବସ୍ଥା କିପରି ଥିଲା ?
ଉତ୍ତର: ପିଲାଟି ଚିରା କନା ପିନ୍ଧିଥିଲା ଏବଂ ଖାଇ ପିଇ ରୋଗିଣା ଦେଖାଯାଉଥିଲା

() ଈଶ୍ୱର ଚନ୍ଦ୍ର ପିଲାଟିକୁ କେତେ ପଇସା ଦେଲେ ?
ଉତ୍ତର: ଈଶ୍ୱର ଚନ୍ଦ୍ର ପିଲାଟିକୁ ପଇସା ବଦଳରେ ଗୋଟିଏ ଟଙ୍କା ଦେଲେ

() ବାଳକଟି ଟଙ୍କାଟିକୁ କିପରି କାମରେ ଲଗାଇଲା ?
ଉତ୍ତର: ବାଳକଟି ସେହି ଟଙ୍କାରେ ଆମ୍ବ ଫଳ କିଣି ବିକ୍ରି କଲା ଏବଂ ବ୍ୟବସାୟ କରି ନିଜର ଦୋକାନ କଲା

() ସେ ଦିନର ଗରିବ ପିଲାକୁ ଦୋକାନର ମାଲିକ ରୂପେ ଦେଖି ବିଦ୍ୟାସାଗରଙ୍କ ମନ କାହିଁକି ଆନନ୍ଦରେ ଭରିଗଲା ?
ଉତ୍ତର: କାରଣ ତାଙ୍କର ସାମାନ୍ୟ ସାହାଯ୍ୟକୁ ପିଲାଟି ଉପଯୁକ୍ତ କାମରେ ଲଗାଇ ଆଜି ନିଜ ଗୋଡ଼ରେ ଛିଡ଼ା ହୋଇପାରିଛି ଏବଂ ସଫଳ ହୋଇଛି

. ଆସ ଭାବିବା ଏବଂ ଠିକ ଉତ୍ତର ବାଛି କହିବା

() ବିଦ୍ୟାସାଗର ପିଲାଟିକୁ ପଇସାଟିଏ ବଦଳରେ ଟଙ୍କାଟିଏ ଦେଲେ କାହିଁକି ?
ଉତ୍ତର: . ପିଲାଟିକୁ ରୋଜଗାରକ୍ଷମ କରାଇବା ପାଇଁ

() ଦୋକାନୀଯୁବକ ଉପରେ ବିଦ୍ୟାସାଗର ଖୁସିହେଲେ କାହିଁକି ?
ଉତ୍ତର: . ଯୁବକଟିକୁ ରୋଜଗାରକ୍ଷମ ହୋଇଥିବା ଦେଖି

. () ମରୁଡ଼ି ସମୟର ଘଟଣା ପାଞ୍ଚ ଧାଡ଼ିରେ ଲେଖ
ଉତ୍ତର: ମରୁଡ଼ି ସମୟରେ ବର୍ଷା ହୁଏ ନାହିଁ ଜମିବାଡ଼ି ଶୁଖି ଫାଟିଯାଏ ଏବଂ ଫସଲ ହୁଏ ନାହିଁ ଲୋକମାନଙ୍କୁ ଖାଇବାକୁ ଦାନା ମିଳେ ନାହିଁ ଚାରିଆଡ଼େ ଖାଲି ହାହାକାର ପଡ଼ିଯାଏ ଲୋକେ ଭୋକରେ ଆଉଟୁପାଉଟୁ ହୁଅନ୍ତି

() ତୁମ ବାପା ତୁମକୁ ଦଶଟଙ୍କା ଦେଲେ କରିବ ଲେଖ
ଉତ୍ତର: ବାପା ଦଶଟଙ୍କା ଦେଲେ ମୁଁ ସେଥିରେ କଲମ ଖାତା କିଣିବି କିମ୍ବା ସେହି ଟଙ୍କାକୁ ମୋର ସଞ୍ଚୟ ବାକ୍ସରେ ଜମା କରି ରଖିବି ଅଯଥାରେ ଜିନିଷ କିଣି ପଇସା ନଷ୍ଟ କରିବି ନାହିଁ

. ଏହି ଚିତ୍ରକୁ ଦେଖି ଆଉଟୁପାଉଟୁ, ଏଣେତେଣେ, ଚିରାଲେଙ୍କଡ଼ା, ଦୁଃଖୀରଙ୍କି ଶବ୍ଦଗୁଡ଼ିକୁ ନେଇ ଲୋକଟି ବିଷୟରେ ଚାରି ଧାଡ଼ିରେ ଲେଖ
ଉତ୍ତର: ଲୋକଟି ଭୋକରେ ଆଉଟୁପାଉଟୁ ହେଉଛି ସେ ଖାଦ୍ୟ ପାଇଁ ଏଣେତେଣେ ବୁଲୁଛି ତା ଦେହରେ ଚିରାଲେଙ୍କଡ଼ା ପୋଷାକ ଅଛି ଆମେ ଏପରି ଦୁଃଖୀରଙ୍କି ଲୋକଙ୍କୁ ସାହାଯ୍ୟ କରିବା ଉଚିତ

. ବିଦ୍ୟାସାଗରଙ୍କ ପରି ଆଉ ଯେଉଁ ମହାପୁରୁଷମାନେ ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରୁଥିଲେ, ସେମାନଙ୍କ ନାମ ଲେଖ
ଉତ୍ତର: ଉତ୍କଳମଣି ଗୋପବନ୍ଧୁ ଦାସ, ମାରମାଦେବୀ, ମଦର ଟେରେସା, ସ୍ୱାମୀ ବିବେକାନନ୍ଦ