ସବୁ ସୁନ୍ଦର
୧. ଆସ କଥାବାର୍ତ୍ତା ହେବା।
(କ) ରବୀନ୍ଦ୍ରବାବୁଙ୍କ ଘର ପଛ ପାଖେ କ’ଣ ଅଛି ?
ଉତ୍ତର: ରବୀନ୍ଦ୍ରବାବୁଙ୍କ ଘର ପଛ ପାଖେ ଗୋଟିଏ ଛୋଟ ବଗିଚା ଅଛି।
(ଖ) ବଗିଚାରୁ ରବୀନ୍ଦ୍ରବାବୁ କ’ଣ ସବୁ ପାଆନ୍ତି ?
ଉତ୍ତର: ବଗିଚାରୁ ରବୀନ୍ଦ୍ରବାବୁ ନାନା ଜାତିର ଫୁଲ, ଫଳ ଏବଂ ରୋଷେଇ ପାଇଁ କିଛି ନା କିଛି ପରିବା ପାଆନ୍ତି।
(ଗ) ରବୀନ୍ଦ୍ରବାବୁ କେଉଁଠାରେ ଖବର କାଗଜ ପଢ଼ନ୍ତି ?
ଉତ୍ତର: ରବୀନ୍ଦ୍ରବାବୁ ବଗିଚାରେ ଗୋଟିଏ ଗଛ ମୂଳେ ବସି ଖବର କାଗଜ ପଢ଼ନ୍ତି।
(ଘ) ମାଧବୀକୁ କେଉଁ ଋତୁ ଭଲ ଲାଗେ ଓ କାହିଁକି ?
ଉତ୍ତର: ମାଧବୀକୁ ଗ୍ରୀଷ୍ମ ଋତୁ ଭଲ ଲାଗେ। କାରଣ ଏହି ଋତୁରେ ବର୍ଷା କାଦୁଅ ନ ଥାଏ, ଶୀତରେ ଦେହ ଥରୁ ନ ଥାଏ ଏବଂ ଚାରିଆଡ଼ ସଫା ସୁତୁରା ଥାଏ।
୨. ପାଠରୁ ଉତ୍ତର ଖୋଜି ଲେଖିବା।
(କ) ଜେଜେ ପ୍ରତିଦିନ ଉପରଓଳି କ’ଣ କରନ୍ତି ?
ଉତ୍ତର: ଜେଜେ ପ୍ରତିଦିନ ଉପରଓଳି ବଗିଚାରେ କାମ କରନ୍ତି।
(ଖ) ରବିବାର ଦିନ କିଏକିଏ ଜେଜେଙ୍କ ସହ କାମ କରୁଥିଲେ ?
ଉତ୍ତର: ରବିବାର ଦିନ ଜେଜେଙ୍କ ନାତି ନାତୁଣୀ (ମିତା, ମିଟୁ ଓ ମାଧବୀ) ତାଙ୍କ ସହ କାମ କରୁଥିଲେ।
(ଗ) ମିଟୁ କେଉଁ ଶ୍ରେଣୀରେ ପଢ଼େ ?
ଉତ୍ତର: ମିଟୁ ପଞ୍ଚମ ଶ୍ରେଣୀରେ ପଢ଼େ।
(ଘ) ମିତାକୁ କେଉଁ ଋତୁ ଭଲ ଲାଗେ ?
ଉତ୍ତର: ମିତାକୁ ବର୍ଷା ଋତୁ ଭଲ ଲାଗେ।
(ଙ) ମାଧବୀକୁ କାହିଁକି ଗ୍ରୀଷ୍ମଋତୁ ଭଲ ଲାଗେ ?
ଉତ୍ତର: ଗ୍ରୀଷ୍ମ ଋତୁରେ ବର୍ଷା କାଦୁଅ କିମ୍ବା ଶୀତ ନ ଥାଏ ଏବଂ ଚାରିଆଡ଼ ସଫା ସୁତୁରା ରହେ, ତେଣୁ ମାଧବୀକୁ ଏହି ଋତୁ ଭଲ ଲାଗେ।
୩. ଆସ ଦେଖିବା, ପଢ଼ିବା ଆଉ ଲେଖିବା।
(କ) ବିପରୀତ ଲିଙ୍ଗ:
·
ଅଜା – ଆଈ
·
ବାପା – ମାଆ
·
ଭାଇ – ଭଉଣୀ
·
ମାମୁ – ମାଇଁ
·
ମଉସା – ମାଉସୀ
·
ଶିକ୍ଷକ – ଶିକ୍ଷୟିତ୍ରୀ
·
ରାଜା – ରାଣୀ
(ଖ) ‘ଭାରି’ ଲଗାଇ ଶବ୍ଦ ଗଢ଼ିବା:
·
ବହୁତ ଚଗଲା – ଭାରି ଚଗଲା
·
ବହୁତ ଉଚ୍ଚ – ଭାରି ଉଚ୍ଚ
୪. ଆସ ବାକ୍ୟଟିକୁ ଠିକ ଭାବରେ ସଜାଇ ଲେଖିବା।
(କ) କାମ ବଗିଚାରେ ରବୀନ୍ଦ୍ରବାବୁ ଉପର ଓଳି କରନ୍ତି।
ଉତ୍ତର: ରବୀନ୍ଦ୍ରବାବୁ ଉପରଓଳି ବଗିଚାରେ କାମ କରନ୍ତି।
(ଖ) ପାଳନ୍ତି ପୁନେଇଁ ପରବ ମନରେ ସଭିଏଁ ଖୁସି।
ଉତ୍ତର: ସଭିଏଁ ମନ ଖୁସିରେ ପୁନେଇଁ ପରବ ପାଳନ୍ତି।
(ଗ) କେତେ ପ୍ରକାର ମଧ୍ୟ ଅମଳ ଫସଲ କରାଯାଏ।
ଉତ୍ତର: କେତେ ପ୍ରକାର ଫସଲ ମଧ୍ୟ ଅମଳ କରାଯାଏ।
୫. ଆସ ତଳେ ଦିଆଯାଇଥିବା ଶବ୍ଦକୁ ନେଇ ବାକ୍ୟ ଗଢ଼ିବା।
·
ଖାପଖୁଆଇ: ଆମେ ସବୁ ପରିବେଶ ସହିତ ଖାପଖୁଆଇ ଚଳିବା ଉଚିତ।
·
ପୁନେଇଁପରବ: ଗାଁ ଲୋକମାନେ ଖୁସିରେ ପୁନେଇଁପରବ ପାଳନ କରନ୍ତି।
·
ଅମଳ: ଶୀତ ଦିନେ କ୍ଷେତରୁ ଧାନ ଅମଳ କରାଯାଏ।
·
ସଫାସୁତୁରା: ଆମ ଘର ଚାରିପାଖ ସଫାସୁତୁରା ରଖିବା ଦରକାର।
·
ପାଳି: ଆଜି ବଗିଚା କାମ କରିବା ପାଇଁ ମୋର ପାଳି ପଡ଼ିଛି।
୬. ତଳ କଥାଗୁଡ଼ିକ କିଏ, କାହିଁକି କହିଛି ?
(କ) ‘ ‘ମୋତେ ଶୀତଋତୁଟି ଭାରି ଭଲ ଲାଗେ। ’’
ଉତ୍ତର: ଏକଥା ମିଟୁ କହିଛି। କାରଣ ଶୀତ ଋତୁରେ ଗରମ ବା ବର୍ଷା ନ ଥାଏ, ଦେହକୁ କଷ୍ଟ ହୁଏନି ଏବଂ ନାନା ପ୍ରକାର ପନିପରିବା ମିଳେ।
(ଖ) ‘ ‘ମୋତେ ବର୍ଷାଋତୁଟି ଭାରି ଭଲ ଲାଗେ। ’’
ଉତ୍ତର: ଏକଥା ମିତା କହିଛି। କାରଣ ବର୍ଷା ଋତୁରେ ପ୍ରଚୁର ପାଣି ମିଳେ, ଗାଧୁଆ ପାଧୁଆରେ ସୁବିଧା ହୁଏ ଏବଂ ଚାରିଆଡ଼ ସବୁଜ ସୁନ୍ଦର ଦିଶେ।
(ଗ) ‘ ‘ମୋତେ ସବୁ ଋତୁ, ସବୁ ମାସ ଭଲ ଲାଗେ। ’’
ଉତ୍ତର: ଏକଥା ଜେଜେ (ରବୀନ୍ଦ୍ରବାବୁ) କହିଛନ୍ତି। କାରଣ ପ୍ରତ୍ୟେକ ଋତୁ ଆମର କିଛି ନା କିଛି ଉପକାର କରେ ଏବଂ ସବୁ ଋତୁର ନିଜସ୍ୱ ଗୁରୁତ୍ଵ ରହିଛି।
(ଘ) ‘ ‘ମୋତେ ଗ୍ରୀଷ୍ମଋତୁଟି ଭଲ ଲାଗେ। ’’
ଉତ୍ତର: ଏକଥା ମାଧବୀ କହିଛି। କାରଣ ଗ୍ରୀଷ୍ମ ଋତୁରେ କାଦୁଅ ନ ଥାଏ, ଚାରିଆଡ଼ ସଫାସୁତୁରା ଥାଏ ଏବଂ ଖରା ଯୋଗୁଁ ହିଁ ବର୍ଷା ସମ୍ଭବ ହୁଏ।