ବଣ ଓ ବଣି (ପଦ୍ୟ)
୧. ଆସ କବିତାରୁ ଖୋଜି କହିବା।
(କ) କିଏ ମହୁଲ ଫୁଲକୁ ଗଣୁଥିଲା ?
ଉତ୍ତର: କୁନା ମହୁଲ ଫୁଲକୁ ଗଣୁଥିଲା।
(ଖ) ବଣି ଗଛ ଡାଳରେ ଥଣ୍ଟ ଘଷୁଥିବାବେଳେ କୁନା ତାକୁ କ’ଣ କହିଲା ?
ଉତ୍ତର: କୁନା ବଣିକୁ କହିଲା ଯେ, ସେ ଯଦି ତା’ ପାଖକୁ ଆସିବ, ତେବେ କୁନା ତାକୁ ମିଠା ପିଜୁଳି ଖାଇବାକୁ ଦେବ।
(ଗ) କୁନା ବଣିକୁ କ’ଣ ଖାଇବାକୁ ଦେବ ବୋଲି କହିଲା ?
ଉତ୍ତର: କୁନା ବଣିକୁ ମିଠା ପିଜୁଳି ଫାଳେ, କଦଳୀ, ଛେନା ଓ ସର ଖାଇବାକୁ ଦେବ ବୋଲି କହିଲା। ସେ ମଧ୍ୟ କହିଲା ଯେ ସେ ରୁପା ଥାଳିରେ ଭାତ ଓ ସୁନା ଗିନାରେ ପାଣି ଦେବ।
(ଘ) ବଣି କାହାକୁ ନିଜର ମିତ ବୋଲି କହିଲା ?
ଉତ୍ତର: ବଣି ବଣକୁ ନିଜର ମିତ ବୋଲି କହିଲା।
୩. ତଳେ ଦିଆଯାଇଥିବା ପଦଟିକୁ ସଜାଡ଼ି ଲେଖିବା।
ଲୋଡ଼ା ନାହିଁ ମୋ ରୁପା ଥାଳିର ଭାତ ସୁନା ପଞ୍ଜୁରି
ବଣ ପରା ମୋ ମିତ ଗଛର ଡାଳ ସରଗ ମୋର।
ଉତ୍ତର:
ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି
ରୁପା ଥାଳିର ଭାତ,
ଗଛର ଡାଳ ସରଗ ମୋର
ବଣ ପରା ମୋ’ ମିତ।
୪. ବଣି ପରି ଆଉ କେଉଁ କେଉଁ ଚଢ଼େଇ ଆମର ମିତ ହୋଇପାରିବେ ତା’ର ଏକ ତାଲିକା କର।
ଉତ୍ତର: ଶୁଆ, ସାରୀ, ପାରା, ଚଡ଼େଇ, କାଉ, କୋଇଲି।
୫. ଯେପରି ବସିବସି ଯିବାକୁ ଆମେ– ବସିବସିକା କହୁ, ସେହିପରି କ’ଣ ହେବ ଲେଖ।
·
ଉଡ଼ି ଉଡ଼ି ଯିବାକୁ – ଉଡ଼ି ଉଡ଼ିକା
·
ଚାଲି ଚାଲି ଯିବାକୁ – ଚାଲି ଚାଲିକା
·
ଦୌଡ଼ି ଦୌଡ଼ି ଯିବାକୁ – ଦୌଡ଼ି ଦୌଡ଼ିକା
·
ଗାଇ ଗାଇ ଯିବାକୁ – ଗାଇ ଗାଇକା
·
ନାଚି ନାଚି ଯିବାକୁ – ନାଚି ନାଚିକା
୬. କବିତାରେ ‘ ଆଣିବେ ବାପା ମୋର’ କୁହାଗଲାବେଳେ, କଥାରେ ‘ମୋ’ ବାପା ଆଣିବେ’ ବୋଲି କୁହାଯାଏ। ସେହିପରି କବିତାରେ ଥିବା ପଦ କଥାରେ କ’ଣ ହେବ ?
·
ଦେଖିବୁ କେତେ ଯାତ – କେତେ ଯାତ ଦେଖିବୁ
·
ଘଷୁଛୁ ଥଣ୍ଟ ଡାଳେ – ଡାଳେ ଥଣ୍ଟ ଘଷୁଛୁ
·
ନିଇତି ହେବ ଦେଖା – ନିଇତି ଦେଖା ହେବ
·
ପାଉଛି କେତେ ସୁଖ – କେତେ ସୁଖ ପାଉଛି
୮. ଆସ ପଦ୍ୟ ରୂପକୁ ଗଦ୍ୟରେ ପ୍ରକାଶ କରିବା।
·
ଶରଧା – ଶ୍ରଦ୍ଧା
·
ନିଇତି – ନିତି (ପ୍ରତିଦିନ)
·
ସରଗ – ସ୍ୱର୍ଗ
·
ପରାଣ – ପ୍ରାଣ
·
ବରଷା – ବର୍ଷା
·
ମୁହିଁ – ମୁଁ
୧୧. ଆମେ ବଣଠାରୁ କି ଉପକାର ପାଉ ଲେଖ।
ଉତ୍ତର:
୧. ବଣରୁ ଆମେ କାଠ, ବାଉଁଶ ଓ ଜାଳେଣି ପାଉ।
୨. ବଣରୁ ଆମେ ବିଭିନ୍ନ ପ୍ରକାର ଫଳମୂଳ ଓ ଔଷଧ ପାଉ।
୩. ବଣ ବର୍ଷା କରାଇବାରେ ସାହାଯ୍ୟ କରେ।
୪. ବଣ ଆମକୁ ଅମ୍ଳଜାନ ଦିଏ, ଯାହା ଆମ ନିଶ୍ୱାସ ନେବା ପାଇଁ ଦରକାର।
୫. ବଣ ପଶୁପକ୍ଷୀମାନଙ୍କର ରହିବା ସ୍ଥାନ।