ବଣ ଅଦାଲତ

. ଆସ ଆମେ କଥାବାର୍ତ୍ତା ହେବା

() ବଣର ରାଜା କିଏ ଥିଲା ?
ଉତ୍ତର: ବଣର ରାଜା ମହାବଳ ବାଘ ଥିଲା

() କାହାର ବିଚାର ପାଇଁ ଅଦାଲତ ବସିଥିଲା ?
ଉତ୍ତର: ଦୁଇଜଣ ମଣିଷଙ୍କର ବିଚାର ପାଇଁ ଅଦାଲତ ବସିଥିଲା

() କାହାକୁ ଭାରତର ଜାତୀୟ ପଶୁ କୁହାଯାଏ ?
ଉତ୍ତର: ବାଘକୁ ଭାରତର ଜାତୀୟ ପଶୁ କୁହାଯାଏ

() ମଣିଷ କାହିଁକି ପଶୁପକ୍ଷୀକୁ ମାରିଥାଏ ?
ଉତ୍ତର: ମଣିଷ ତା ଜିଭର ଲାଳସା ମେଣ୍ଟାଇବା ପାଇଁ (ମାଂସ ଖାଇବା ପାଇଁ) ଏବଂ ମୂଲ୍ୟବାନ ଚମଡ଼ା, ଦାନ୍ତ ହାଡ଼ ପାଇବା ପାଇଁ ପଶୁପକ୍ଷୀଙ୍କୁ ମାରିଥାଏ

() ଅମ୍ଳଜାନ ବାଷ୍ପ ଆମର କି କାମରେ ଲାଗେ ?
ଉତ୍ତର: ଅମ୍ଳଜାନ ବାଷ୍ପ ଆମର ଶ୍ୱାସକ୍ରିୟାରେ ଲାଗେ, ଯାହା ବିନା ଆମେ ବଞ୍ଚିପାରିବା ନାହିଁ

() ଅମ୍ଳଜାନ ବାଷ୍ପ ଆମେ କାହା ପାଖରୁ ପାଉ ?
ଉତ୍ତର: ଅମ୍ଳଜାନ ବାଷ୍ପ ଆମେ ଗଛଲତାଙ୍କ ପାଖରୁ ପାଉ

. କିଏ କେଉଁ ଘରେ ରହିବେ ଲେଖିବା

ପଶୁ

ସରୀସୃପ

ପକ୍ଷୀ

ବାଘ

ଗୋଧି

କାଉ

ହାତୀ

ଅହିରାଜ

ବଗ

ଗଧିଆ

ଗୋଖର

ମୟୂର

ହରିଣ

କୁମ୍ଭୀର

କଜଳପାତି

ବିଲୁଆ

ଏଣ୍ଡୁଅ

ଶାଗୁଣା

ଗୟଳ

 

ଚିଲ

ହନୁମାଙ୍କଡ଼

 

ପାରା

ଭଲ୍ଲୁକ

 

ଶୁଆ

 

. ଦେଖିବା ଆସ, କାହାକୁ କାହା ସହିତ ଯୋଡ଼ିଲେ ଠିକ ହେବ

·       ବାଘଶିମିଳିପାଳ

·       କୁମ୍ଭୀରଟିକରପଡ଼ା

·       ପକ୍ଷୀଚିଲିକା

·       ହାତୀଚନ୍ଦକା

·       ହରିଣଉଷାକୋଠି

·       କଇଁଛଭିତରକନିକା

. ଆସ ତଳେ ଦିଆଯାଇଥିବା ଶବ୍ଦଯୋଡ଼ା ପରି କେତୋଟି ନୂଆ ଶବ୍ଦଯୋଡ଼ା ଲେଖିବା
(
ଉଦାହରଣ: ଜୀବଜନ୍ତୁ, ଗାଁଗଣ୍ଡା)
ଉତ୍ତର: ଘରଦ୍ୱାର, ଫଳମୂଳ, ଗଛଲତା, ବଣଜଙ୍ଗଲ, ପଶୁପକ୍ଷୀ, ସହରବଜାର

. ଏକା ଅର୍ଥ ଥିବା ଶବ୍ଦଗୁଡ଼ିକୁ ଏକାଠି କରି କୋଠରି ଭିତରେ ଲେଖିବା

·       କାକ = କୁଆ

·       ମାନବ = ମନୁଷ୍ୟ

·       ଧରା = ବସୁଧା

·       ହସ୍ତୀ = କରୀ

. ଆସ ତଳେ ଦିଆଯାଇଥିବା ଶବ୍ଦକୁ ନେଇ ଗୋଟିଏ ଲେଖାଏଁ ବାକ୍ୟ ଗଢ଼ିବା

·       ସ୍ୱାର୍ଥପର: ମଣିଷ ଦିନକୁ ଦିନ ବଡ଼ ସ୍ୱାର୍ଥପର ହେଉଛି

·       ଅଦାଲତ: ବଣର ପଶୁପକ୍ଷୀମାନେ ମଣିଷର ବିଚାର ପାଇଁ ଅଦାଲତ ବସାଇଥିଲେ

·       ବିପତ୍ତି: ବଣ ଜଙ୍ଗଲ ନଷ୍ଟ ହେଲେ ଆମେ ଘୋର ବିପତ୍ତିର ସମ୍ମୁଖୀନ ହେବା

·       ଯତ୍ନବାନ: ଆମେ ଗଛଲତାଙ୍କୁ ବଞ୍ଚାଇ ରଖିବା ପାଇଁ ଯତ୍ନବାନ ହେବା ଉଚିତ

·       ଧ୍ୱଂସ: ଝଡ଼ବତାସରେ ଅନେକ ଘରଦ୍ୱାର ଧ୍ୱଂସ ହୋଇଗଲା

·       ନିର୍ବୋଧ: ମଣିଷ ନିଜକୁ ବୁଦ୍ଧିମାନ ଭାବୁଥିଲେ ବି ନିର୍ବୋଧ ପରି କାମ କରୁଛି

·       ସମର୍ଥନ: ସଭାରେ ସମସ୍ତେ ମନ୍ତ୍ରୀଙ୍କ କଥାକୁ ସମର୍ଥନ କଲେ

·       ଗ୍ରୀବା: ମୟୂର ତା ଗ୍ରୀବା ଫୁଲାଇ ନାଚେ

. ଆସ ଦେଖିବା, ବୁଝିବା ଲେଖିବା

() ‘ଭୟଶବ୍ଦର ପୂର୍ବରୁଯୋଗ କଲେଅଭୟହୁଏ ସେହିପରି:

·       ସୁନ୍ଦରଅସୁନ୍ଦର

·       ସୁସ୍ଥଅସୁସ୍ଥ

·       ସମୟଅସମୟ

·       ସୁବିଧାଅସୁବିଧା

·       ଦରକାରୀଅଦରକାରୀ

() ବିପରୀତ ଅର୍ଥ ବୁଝାଉଥିବା ଶବ୍ଦଟିଏ ଲେଖ

·       ଜୀବନିର୍ଜୀବ

·       ଦୋଷୀନିର୍ଦ୍ଦୋଷ

. ଆସ ବୁଝିବା ଲେଖିବା

() ସାରସ ପକ୍ଷୀର କଥାକୁ ସମର୍ଥନ କରି ଠେକୁଆ କଣ କହିଲା ?
ଉତ୍ତର: ଠେକୁଆ କହିଲା ଯେ, ଖାଲି ଚିଲିକା ନୁହେଁ, ଆଜିକାଲି ଭିତରକନିକାରେ କଇଁଛ, ଶିମିଳିପାଳରେ ବାଘ, ଚନ୍ଦକାରେ ହାତୀ, ଟିକରପଡ଼ାରେ କୁମ୍ଭୀର ଆଉ ଉଷାକୋଠିରେ ହରିଣ ମଧ୍ୟ ବିପଦରେ ପଡ଼ିଲେଣି ଏହାର ପ୍ରତିକାର ଦରକାର

() ଶାଳ ଗଛର କଥା ଶୁଣି ମୟୂର କହିଲା ?
ଉତ୍ତର: ମୟୂର କହିଲା ଯେ, ମଣିଷ ଦିନକୁ ଦିନ ବଡ଼ ସ୍ୱାର୍ଥପର ଅବିବେକୀ ହୋଇଯାଉଛି ସେ ବିଚାରହୀନ ଭାବରେ ବଣ ଜଙ୍ଗଲ ନଷ୍ଟ କରୁଛି ଜୀବଜନ୍ତୁ ମାରି ପକାଉଛି ତେଣୁ ମଣିଷକୁ କଠୋର ଶାସ୍ତି ମିଳିବା ଦରକାର

୧୧. ତୁମ ବାଡ଼ିରେ ଥିବା ଯେ କୌଣସି ଗୋଟିଏ ଗଛ ତୁମର କି ଉପକାର କରୁଛି ଲେଖ
ଉତ୍ତର: ଆମ ବାଡ଼ିରେ ଗୋଟିଏ ନିମ୍ବ ଗଛ ଅଛି ଏହା ଆମକୁ ଶୀତଳ ଛାଇ ଦିଏ ଏହାର ପବନ ଦେହ ପାଇଁ ଭଲ ଏହାର ପତ୍ର ଛେଲି ଔଷଧ ତିଆରିରେ ଲାଗେ ପକ୍ଷୀମାନେ ଏହି ଗଛରେ ବସା ବାନ୍ଧି ରହନ୍ତି

ଜାତୀୟ ପକ୍ଷୀ: ମୟୂର
ଜାତୀୟ ପଶୁ: ବାଘ