ଅନେକ ଫୁଲର ମାଳଟିଏ
୧. ଆସ କଥା ହେବା।
(କ) ଭାରତର ରାଜଧାନୀର ନାମ କ’ଣ ?
ଉତ୍ତର: ଭାରତର ରାଜଧାନୀର ନାମ ନୂଆଦିଲ୍ଲୀ।
(ଖ) ତୁମେ ଦିଲ୍ଲୀ ଦେଖିଛ କି ?
ଉତ୍ତର: (ଯଦି ଦେଖିଛ, ଲେଖିବ - ହଁ, ମୁଁ ଦିଲ୍ଲୀ ଦେଖିଛି। ଯଦି ନାହିଁ, ଲେଖିବ - ନା, ମୁଁ ଦିଲ୍ଲୀ ଦେଖିନାହିଁ।)
(ଗ) ରମେଶ ବାପାଙ୍କ ସାଙ୍ଗରେ କେଉଁଠାକୁ ଯାଇଥିଲା ?
ଉତ୍ତର: ରମେଶ ବାପାଙ୍କ ସାଙ୍ଗରେ ଦିଲ୍ଲୀ ଯାଇଥିଲା।
(ଘ) କେଉଁ କେଉଁ ରାଜ୍ୟର ଲୋକମାନେ ହିନ୍ଦୀ କହନ୍ତି ?
ଉତ୍ତର: ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ହରିୟାଣା, ହିମାଚଳ ପ୍ରଦେଶ ଆଦି ରାଜ୍ୟର ଲୋକମାନେ ହିନ୍ଦୀ କହନ୍ତି।
୩. ଆସ, ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକୁ ଏକାଠି ମିଶି ଆଲୋଚନା କରି ଲେଖିବା।
(କ) ରାଜସ୍ଥାନର କେଉଁ କେଉଁ କଥା ଆମକୁ ନୂଆ ଲାଗେ ?
ଉତ୍ତର: ରାଜସ୍ଥାନରେ ବହୁତ କମ୍ ବର୍ଷା ହୁଏ। ସେଠାକାର ଲୋକମାନେ ପରିଶ୍ରମ କରି ଗହମ ଓ ବାଜରା ଫଳାନ୍ତି। ପୁରୁଷମାନେ ମୁଣ୍ଡରେ ପଗଡ଼ି ବାନ୍ଧନ୍ତି ଏବଂ ଝିଅମାନଙ୍କର ପୋଷାକ ମଧ୍ୟ ନୂଆ ପ୍ରକାରର। ସେଠାରେ ରାଜପୁତମାନଙ୍କ ବୀରତ୍ୱର କାହାଣୀ ଶୁଣିବାକୁ ମିଳେ।
(ଖ) ଭାରତ ଏକ ବିଚିତ୍ର ଦେଶ ବୋଲି କାହିଁକି କୁହାଯାଏ ?
ଉତ୍ତର: ଭାରତରେ ବିଭିନ୍ନ ରାଜ୍ୟର ଭାଷା, ପୋଷାକ, ଖାଦ୍ୟପେୟ ଓ ଚାଲିଚଳନ ଅଲଗା ଅଲଗା। କିଏ ଭାତ ଖାଏ ତ କିଏ ରୁଟି ଖାଏ। କିଏ ଧୋତି ପିନ୍ଧେ ତ କିଏ ଲୁଙ୍ଗି ପିନ୍ଧେ। ଏତେ ବିଭିନ୍ନତା ଥିବାରୁ ଭାରତକୁ ଏକ ବିଚିତ୍ର ଦେଶ କୁହାଯାଏ।
(ଗ) ହିନ୍ଦୀ ଭାଷାକୁ କାହିଁକି ଭାରତର ରାଷ୍ଟ୍ରଭାଷା କରାଯାଇଛି ?
ଉତ୍ତର: ଭାରତର ସବୁଠାରୁ ବେଶୀ ଲୋକ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି। ତେଣୁ ହିନ୍ଦୀକୁ ଭାରତର ରାଷ୍ଟ୍ରଭାଷା କରାଯାଇଛି।
୪. ଯେପରି ଓଡ଼ିଶାର ଭାଷା ଓଡ଼ିଆ ସେହିପରି ତଳେ ଲେଖ।
· ପଶ୍ଚିମବଙ୍ଗ – ବଙ୍ଗଳା
· ଝାଡ଼ଖଣ୍ଡ – ହିନ୍ଦୀ
· କେରଳ – ମାଲୟାଲମ୍
· ଗୁଜୁରାଟ – ଗୁଜୁରାଟୀ
· ଆନ୍ଧ୍ରପ୍ରଦେଶ – ତେଲୁଗୁ
· ତାମିଲନାଡ଼ୁ – ତାମିଲ
· ଆସାମ – ଅସମୀୟା
· ମହାରାଷ୍ଟ୍ର – ମରାଠୀ
୬. ‘ ‘ ଆମେ ଗୋଟିଏ ମାଳରେ ଭିନ୍ନ ଭିନ୍ନ ପ୍ରକାରର ଅନେକ ଫୁଲ’’ ଏହାକୁ ପାଞ୍ଚୋଟି ବାକ୍ୟରେ ବୁଝାଇ ଲେଖ।
ଉତ୍ତର:
୧. ଭାରତରେ ଅନେକ ରାଜ୍ୟ ଅଛି ଏବଂ ସେଠାରେ ଅଲଗା ଅଲଗା ଭାଷା କହୁଥିବା ଲୋକ ବାସ କରନ୍ତି।
୨. ସେମାନଙ୍କର ଖାଦ୍ୟ, ପୋଷାକ ଓ ରୀତିନୀତି ମଧ୍ୟ ଭିନ୍ନ ଭିନ୍ନ।
୩. କିନ୍ତୁ ଆମ ସମସ୍ତଙ୍କର ମନ ଓ ଭାବନା ଏକ।
୪. ଆମେ ସମସ୍ତେ ଭାରତ ମାତାର ସନ୍ତାନ।
୫. ଯେପରି ଗୋଟିଏ ସୂତାରେ ଅନେକ ରଙ୍ଗର ଫୁଲ ଗୁନ୍ଥା ହୋଇ ଗୋଟିଏ ସୁନ୍ଦର ମାଳ ହୁଏ, ସେହିପରି ଆମେ ସମସ୍ତେ ମିଳିମିଶି ଭାରତ ଦେଶ ଗଢ଼ିଛୁ।
୭. ଆସ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ିବା।
· ଗୌରବ: କୋଣାର୍କ ମନ୍ଦିର ଓଡ଼ିଶାର ଗୌରବ।
· ବୀରତ୍ଵ: ରାଜପୁତମାନଙ୍କ ବୀରତ୍ଵ ପାଇଁ ଭାରତ ପ୍ରସିଦ୍ଧ।
· ସୀମା: ଆମେ ଓଡ଼ିଶା ସୀମା ପାର ହୋଇଗଲୁ।
· ଟାଙ୍ଗରା: ପାହାଡ଼ିଆ ଅଞ୍ଚଳରେ ଭୂମି ଟାଙ୍ଗରା ଥାଏ।
· କ୍ଷେତବାଡ଼ି: ଗାଁ ଲୋକେ କ୍ଷେତବାଡ଼ିରେ କାମ କରନ୍ତି।
· ଧୂଆଁଳିଆ: ଶୀତ ଦିନେ ସକାଳେ ଚାରିଆଡ଼ ଧୂଆଁଳିଆ ଦିଶେ।
· ନୁଆଣିଆ: ଗରିବ ଲୋକଙ୍କର ନୁଆଣିଆ ଘର ଥାଏ।
୮. ରାଜ୍ୟ ସହିତ ସମ୍ପର୍କ ଥିବା ଖାଦ୍ୟ ଓ ପୋଷାକକୁ ଯୋଡ଼।
· ପଶ୍ଚିମବଙ୍ଗ – ମାଛ, ଭାତ, ଧୋତି
· ଉତ୍ତର ପ୍ରଦେଶ – ରୁଟି, କୁରୁତା, ପାଇଜାମା
· ରାଜସ୍ଥାନ – ରୁଟି, ପଗଡ଼ି
· ଓଡ଼ିଶା – ଭାତ, ମାଛ, ଧୋତି
· ଝାଡ଼ଖଣ୍ଡ – ଭାତ, ରୁଟି, ଧୋତି